ବହୁତ ମହିଳା ମାନେ ସାଇବର ଅପରାଧ ର ଶିକାର ହେଉଛନ୍ତି | ଇଣ୍ଟର୍ନେଟ ର ବଢୁଥିବା ବ୍ୟବାହାର ଏବଂ ଦ୍ରୁତ ଗତି ରେ ପ୍ରସାରଣ ହେଉଥିବା ସୂଚନା ଏବଂ ମୋବାଇଲ ଫୋନ ର ବ୍ୟବହାର ମହିଳା ମାନଙ୍କୁ ବିପତ୍ତି ରେ ପକାଉଛି | ତେଣୁ ବିପଜ୍ଜନକ ମୌକା ସବୁ ଠାରୁ ଦୂର ରେ ରହିବ ଉଚିତ |

ବ୍ୟକ୍ତିଗତ କମ୍ପୁଟର ରେ ଯାଇ ଠିକ ଭାବରେ ସୁରକ୍ଷା ବିଧି ଅବଲମ୍ବନ କରାନଯାଏ ତେବେ ତାହା ଅବୈଧ ମୂଳକ କାର୍ଯ୍ୟ କରିବା ପାଇଁ ବ୍ୟବହାର କରାଯାଏ | ଏହିସବୁ ଦୁର୍ବ୍ୟବହାର କରାଯାଏ ଭାଇରସ, କି ଲଗରସ ଏବଂ ହେକର୍ସ ଦ୍ୱାରା | ଏହାଦ୍ୱାରା ତଥ୍ୟ ଚୋରି , ତଥ୍ୟ ହଜିଯିବା , ବ୍ୟକ୍ତିଗତ ସୂଚନା ପଦାରେ ପଡ଼ିବା, ପରିଚୟ ଚୋରି ଯେମିତିକି ପାସୱର୍ଡ | ତେଣୁ ବ୍ୟକ୍ତିଗତ କମ୍ପୁଟର କୁ ସୁରକ୍ଷିତ ରଖନ୍ତୁ |

ବ୍ୟକ୍ତିଗତ କମ୍ପୁଟର ବ୍ୟବହାର କଲାବେଳେ କେତେ ଗୁଡିଏ ଜିନିଷ ମାନେ ରଖିବେ |

ଵେବକମ କୁ ସଂଯୋଗ କରି ରଖନ୍ତୁ ନାହିଁ:

ଏମିତି ବହୁତ ଆପ୍ସ ଅଛି ଯାହାକି ଆପଣଙ୍କର କାମେରା କୁ ଗୁପ୍ତ ଭାବରେ ଚଳେଇ କରି ଆପଣଙ୍କର ଗତି ପଥ କୁ ରେକର୍ଡ କରିଥାଏ | ସତର୍କ ରହିବ ପାଇଁ ଆପଣ କାମେରା ଅନୁମତି କୁ ଅକ୍ଷମ କରନ୍ତୁ ଏବଂ କାମେରା ଲେନ୍ସ କୁ ବନ୍ଦ ଅଥବା ଘୋଡ଼ାଇକରି ରଖନ୍ତୁ | ଆପଣଙ୍କର ବ୍ୟକ୍ତିଗତ କୋମ୍ପୁଟର କୁ ଠିକ ଭାବରେ ବନ୍ଦ କରନ୍ତୁ ଏବଂ ମନିଟର , ମୋଡେମ ଏବଂ ସ୍ପିକର ସବୁ ଙ୍କୁ ମଧ୍ୟ ବନ୍ଦ ରଖନ୍ତୁ |

ବ୍ୟବହାର ପୂର୍ବରୁ ବାହ୍ୟ ଯନ୍ତ୍ର ସବୁ ସ୍କାନ କରନ୍ତୁ:

ବ୍ୟକ୍ତିଗତ କୋମ୍ପୁଟର ବ୍ୟବହାର କରିବା ପୂର୍ବରୁ ବାହ୍ୟ ଯନ୍ତ୍ର ସବୁ ସ୍କାନ କରନ୍ତୁ ଯେମିତି ୟୁଏସବି | ଅପରିଚିତ ବ୍ୟକ୍ତିଙ୍କର ବାହ୍ୟ ଯନ୍ତ୍ର ବ୍ୟବହାର କରନ୍ତୁ ନାହିଁ |

ତଥ୍ୟ ସଂରକ୍ଷଣ:  

 କୋମ୍ପୁଟର ଯଦି କୌଣସି କାରଣ ରୁ ଖରାପ ହୋଇଗଲା ତେବେ ତଥ୍ୟ ସଂରକ୍ଷଣ କରି ରଖିଥିଲେ ଆପଣଙ୍କର  ସୁବିଧା ହେବ | ଆପଣ ତଥ୍ୟ ସବୁ ଗୋଟିଏ ବାହ୍ୟ ଯନ୍ତ୍ର ରେ ସଂରକ୍ଷଣ କରି ରଖନ୍ତୁ |

ବ୍ୟକ୍ତିଗତ କମ୍ପୁଟର ର ପ୍ରବେଶାନୁମତି:

ବ୍ୟକ୍ତିଗତ କମ୍ପୁଟର କୁ ସମସ୍ତଙ୍କର ବ୍ୟବହାର ପାଇଁ ଛାଡିବା ଉଚିତ ନୁହଁ | ପ୍ରାବିଧିକ ସୁରକ୍ଷା ସାଙ୍ଗକୁ ଭୌତିକ ସୁରକ୍ଷା ମଧ୍ୟ ଜରୁରୀ |

ଲାଇସେନ୍ସ ସଫ୍ଟୱେର ର ବ୍ୟବହାର:

ସବୁବେଳେ ଲାଇସେନ୍ସ ସଫ୍ଟୱେର ବ୍ୟବହାର କଲେ ନିୟମିତ ଭାବରେ ଅପେରଟିଙ୍ଗ ସିଷ୍ଟମ ଅଦ୍ୟତନ ହେବ | ମୁକ୍ତସଙ୍କେତ ସଫ୍ଟୱେର କୁ ନିୟମିତ ଭାବରେ ଅଦ୍ୟତନ କରିବାକୁ ହେବ |

ଫାଇନ ପ୍ରିଣ୍ଟ ପଢନ୍ତୁ : ସଂସ୍ଥାପନ ପୂର୍ବରୁ ଭେଣ୍ଡର/ସଫ୍ଟୱେର ଦ୍ୱାରା ଦିଆଯାଇଥିବା "ସର୍ତ୍ତାବଳୀ ଏବଂ ସର୍ତ୍ତ ପ୍ରତିବନ୍ଧ"/"ଲାଇସେନ୍ସ ଚୁକ୍ତି " ପଢନ୍ତୁ |

ଆପଣକର ସବୁ ଯନ୍ତ୍ର ର ଅପେରଟିଙ୍ଗ ସିଷ୍ଟମ କୁ ଅଦ୍ୟତନ କରନ୍ତୁ :ଯେତେ ବ୍ୟସ୍ତ ଥିଲେ ମଧ୍ୟ ସୁରକ୍ଷା ଅଦ୍ୟତନ କୁ ସଂସ୍ଥାପନ କରନ୍ତୁ | ଏହି ସବୁ କଲେ ଆପଣ ସୁରକ୍ଷିତ ରହିବେ | 

ଇଣ୍ଟର୍ନେଟ ସୁରକ୍ଷା:

  • ଇଣ୍ଟର୍ନେଟ ର ବିଷୟ କୁ ବ୍ୟବହାର କରିବା ପୂର୍ବରୁ ସତ୍ତ୍ୱାଧିକାର କୁ ତଦାରଖ କରନ୍ତୁ |
  •  ସବୁବେଳେ ଏଚ ଟି ଟି ପି ଏସ(ହୈପର ଟେକ୍ସଟ ଟ୍ରାନ୍ସଫର ପ୍ରଟୋକଲ ) ବ୍ୟବହାର କରି ଅନଲାଇନ ସଂଚାଳନ, ଡାଉନ୍ଲୋଡ୍ ସବୁ କରନ୍ତୁ| ଏହା ବେଶୀ ସୁରକ୍ଷିତ |
  •  ଯଦି ସାଇଟ ଏସ ଏସ ଲ ବ୍ୟବହାର କରୁଛି ତେବେ ସାର୍ଟିଫିକେଟ୍ମ ର ବିସ୍ତୃତ ବିବରଣୀ କୁ ଯାଞ୍ଚ କରନ୍ତୁ ତାହେଲେ ଆପଣ ଜାଣିପାରିବେ କି ତାହା ବିଶ୍ୱାସ ଯୋଗ୍ୟ କି ନୁହଁ | ଆପଣ ଏହା ଲକ ଆଇକନ କୁ କ୍ଲିକ୍ କରି କରିପାରିବେ
  •  କେବଳ ମୌଳିକ ୱେବସାଇଟ ବ୍ୟବହାର କରି ଫାଇଲ ଡାଉନ୍ଲୋଡ୍ କରନ୍ତୁ |
  •  ଡାଉନ୍ଲୋଡ୍ ଫାଇଲ ଗୁଡିକ ବ୍ୟବହାର ପୂର୍ବରୁ ଅଦ୍ୟତନ ଆଣ୍ଟି ଭାଇରସ ଦ୍ୱାରା ସ୍କାନ କରନ୍ତୁ |
  •  ସଫ୍ଟୱେର ଫାଇରବଲଲ ଅଦ୍ୟତନ କୁ ସଂସ୍ଥାପନ କରନ୍ତୁ ଏବଂ ବିଦ୍ୱେଷୀ ଯାତାୟାତ ରୁ ରକ୍ଷା ପାଆନ୍ତୁ |

ତଥ୍ୟ ସୁରକ୍ଷା:

  • ସବୁବେଳେ ଆପଣଙ୍କର ଅପେରଟିଙ୍ଗ ସିଷ୍ଟମ କୁ ସ୍ବୟଂ ଅଦ୍ୟତନ କରନ୍ତୁ |
  •  ଅଦ୍ୟତନ ଆଣ୍ଟି ଭାଇରସ ସଫ୍ଟୱେର ଡାଉନ୍ଲୋଡ୍ କରନ୍ତୁ ଏବଂ ତାହାକୁ ସ୍ୱୟଂଚାଳିତ ଅଦ୍ୟତନ କରନ୍ତୁ |
  •  ଆଣ୍ଟି ସପାଇୱେର ସଫ୍ଟୱେର ଡାଉନ୍ଲୋଡ୍ କରନ୍ତୁ ଏବଂ ତାହାକୁ ସ୍ୱୟଂଚାଳିତ ଅଦ୍ୟତନ କରନ୍ତୁ |
  •  ଇନ୍କ୍ରିପସନ ବ୍ୟବହାର କରି ନିଜର ମୂଲ୍ୟବାନ ସୂଚନା ଗୁଡିକ ସୁରକ୍ଷିତ କରନ୍ତୁ |
  •  ଆଡମିନ ଆକାଉଣ୍ଟ୍ ପାଇଁ ଏବଂ ଅନ୍ୟ ଦରକାରୀ ଆପ୍ଲିକେସନ ଗୁଡିକ ପାଇଁ ଗୋଟିଏ ଶକ୍ତ ପାସୱର୍ଡ ବ୍ୟବହାର କରନ୍ତୁ |
  •  ବ୍ଯାକଅପ୍: ମଝିରେ ମଝିରେ ସଂପୂର୍ଣ୍ଣ ପିସି ବ୍ୟାକଅପ୍ ସିଡ଼ି /ଡିଭିଡି ଅଥବା ୟୁଏସବି ରେ ରଖନ୍ତୁ | ଯଦି କିଛି ଖରାପ ହୁଏ ତେବେ ଏହି ସବୁ ଦରକାର ହେବ |
  •  ପୁନରୁଉଦ୍ଧାର ଡିସ୍କ :କୋମ୍ପୁଟର ନିର୍ମାତା / ଭେଣ୍ଡର ଦ୍ୱାରା ଦିଆଯାଇଥିବା ପୁନରୁଉଦ୍ଧାର ଡିସ୍କ କୁ ରଖି ତାହା ଦ୍ୱାରା ଅପରେଟିଂ ସିଷ୍ଟମ କୁ ପୁନରୁଉଦ୍ଧାର କରନ୍ତୁ | ଯଦି କେବେ ବୁଟ୍ ବିଫଳତା ଯେ କୌଣସି କାରଣ ରୁ ହଉ ଯେମିତି କି ଅପ୍ରମାଣୀକୃତ ଡ୍ରାଇଭର୍/ ଅଜଣା ସଫ୍ଟୱେର ପ୍ରକାଶକ ତେବେ ଏହା ବ୍ୟବହାର କରନ୍ତୁ |
  •  ଷ୍ଟାର୍ଟଅପ୍ ପ୍ରୋଗ୍ରାମ୍ କୁ ନିରୀକ୍ଷଣ/ନିୟନ୍ତ୍ରଣ କରନ୍ତୁ ତାହେଲେ ଆପଣ ଇଷ୍ଟତମ ସିଷ୍ଟମ ପ୍ରଦର୍ଶନ ପାଇପାରିବେ |

ବ୍ରାଉଜର୍ ସୁରକ୍ଷା:

  • ୱେବ ବ୍ରାଉଜର୍ କୁ ସବୁବେଳେ ଅଦ୍ୟତନ କରି ରଖନ୍ତୁ |
  •  ଗୋପନୀୟତା ଅଥବା ସୁରକ୍ଷା ସେଟିଙ୍ଗସ୍ ଯାହା ବ୍ରାଉଜର୍ ସହିତ ଈଂବିଳଟା ଆସିଥାଏ ତାହା ବ୍ୟବହାର କରନ୍ତୁ
  •  ବିଷୟ ଫିଲ୍ଟରିଂ ସଫ୍ଟୱେର ବ୍ୟବହାର କରନ୍ତୁ |
  •  ସବୁବିଳେ ସୁରକ୍ଷିତ ସନ୍ଧାନ କୁ ସନ୍ଧାନକାରୀ ଇଞ୍ଜିନ୍ ରେ ଅନ ରଖନ୍ତୁ |

ଇମେଲ୍ ସୁରକ୍ଷା:

  • ସବୁବେଳେ ଇମେଲ୍ ପାଇଁ ଗୋଟିଏ ଶକ୍ତ ପାସୱର୍ଡ ବ୍ୟବହାର କରନ୍ତୁ |
  •  ଇମେଲ୍ ଆଟାଚମେଣ୍ଟ କୁ ସବୁବେଳେ ଖୋଲିବା ପୂର୍ବରୁ ଆଣ୍ଟି ସପାଇୱେର ଏବଂ ଆଣ୍ଟି ଭାଇରସ ସଫ୍ଟୱେର ଦ୍ୱାରା ସ୍କାନ କରନ୍ତୁ |
  •  ସବୁବେଳେ ସ୍ପାମ ଫୋଲ୍ଡର କୁ ଖାଲି କରନ୍ତୁ |

ବେତାର ସୁରକ୍ଷା:

  • ପୂର୍ବ ନିର୍ଦ୍ଧାରିତ ପ୍ରଶାସନିକ ପାସୱର୍ଡ ବଦଳାଇଦିଅନ୍ତୁ |
  •  ୱ ପି ଏ (ୱାଇ ଫାଇ ସୁରକ୍ଷିତ ପ୍ରବେଶାନୁମତି)/ୱ ଇ ପି ଏନକ୍ରିପ୍ସନ୍ କୁ ଅନ ରଖନ୍ତୁ |
  •  ପୂର୍ବ ନିର୍ଦ୍ଧାରିତ ଏସ ଏସ ଇ ଡି ବଦଳାଇଦିଅନ୍ତୁ |
  •  ମାକ ଠିକଣା ଫିଲ୍ଟର୍ ସାମର୍ଥିକରଣ କରନ୍ତୁ |
  •  ବେତାର ନେଟ୍ଓ୍ୱାର୍କ କୄ ଦରକାର ନଥିଲେ ବନ୍ଦ ରଖନ୍ତୁ |

ମୋଡେମ ସୁରକ୍ଷା:

  • ପୂର୍ବ ନିର୍ଦ୍ଧାରିତ ପାସୱର୍ଡ ବଦଳାଇଦିଅନ୍ତୁ |
  •  ଦରକାର ନଥିଲେ ବନ୍ଦ ରଖନ୍ତୁ |
Page Rating (Votes : 0)
Your rating: