ସାଇବର ଚୋରି ବହୁତ ମାତ୍ର ରେ ବଢି ଯାଇଛି ଏବଂ ମହିଳା ମାନେ ସବୁଠାରୁ ବେଶୀ ଏହାର ଶିକାର ବନୁଛନ୍ତି | ସ୍ମାର୍ଟ ଫୋନ ଏବଂ ଇଣ୍ଟରନେଟ ଦ୍ୱାରା ମହିଳା ଏବଂ ଝିଅ ମାନଙ୍କର ସହଜ ରେ ଫାୟଦା ଉଠେଇବାକୁ ଲୋକମାନଙ୍କୁ ଅନୁମତି ଦେଇଥାଏ | ଗବେଷଣା ରୁ ଜଣା ପଡିଛି ଯେ ମହିଳା ମାନେ ସ୍ମାର୍ଟ ଫୋନ ବ୍ୟବହାର ଖାଲି ଫୋନ କରିବା ଅଥବା ଖେଳ ଖେଳିବା ପାଇଁ ନୁହଁ ତା ଛଡା ଘର କାମ ଅଥବା ବ୍ଯବସାଯ଼ିକ ଅନୁପ୍ରଯ଼ୋଗ ରେ ବ୍ୟବହାର କରୁଛନ୍ତି | ଏହିସବୁ ଯନ୍ତ୍ର ପୂର୍ବ ନିର୍ଦ୍ଧାରିତ ପ୍ରଣାଳୀ ଯୋଗୁ ଏହି ସବୁ ସୁରକ୍ଷା ଯୋଗାଇବାକୁ ଅସମର୍ଥ ତେଣୁ ସମ୍ବେଦନଶୀଳ ତଥ୍ୟ ସହଜରେ ପ୍ରାପ୍ତ କରିଥାନ୍ତି | ଆଜିର ପରିସ୍ଥିତି ରେ ମହିଳା ମାନେ ସ୍ମାର୍ଟ ଫୋନ ବ୍ୟବହାର ର ବିଭିନ୍ନ ବିପଦ ବିଷୟରେ ଅବଗତ ହେବ ଉଚିତ |

ମୋବାଇଲ ଫୋନ ସୁରକ୍ଷା ବିଭିନ୍ନ ବିପଦ :

1.ମୋବାଇଲ ଯନ୍ତ୍ର ଏବଂ ତଥ୍ୟ ସୁରକ୍ଷା ବିପଦ

ହଜିଥିବା ଅଥବା ଚୋରି ହୋଇଥିବା ମୋବାଇଲ ଫୋନ କୁ ସମସ୍ତଙ୍କର ପ୍ରବେଶ ସମ୍ଵନ୍ଧିତ ପଦ୍ଧତି ର ବିପଦ ଗୁଡିକ ଅଛି |

  • ହଜିଥିବା ଅଥବା ଚୋରି ଯନ୍ତ୍ର

ଆଜିକାଲି ସ୍ମାର୍ଟ ଫୋନ ସମସ୍ତଙ୍କର ଏକ ଅଭିନ୍ନ ଅଙ୍ଗ ହୋଇଛି | ଯଦି ହଜିଥିବା ଫୋନ ରେ କୌଣସି ସମ୍ବେଦନଶୀଳ ତଥ୍ୟ ଥାଏ ତେବେ ତାହା ସାଇବର ଚୋର ଙ୍କର ସହଜ ରେ ହସ୍ତଗତ ହୋଇଥାଏ | ଖାଲି ଫୋନ ରେ ଥିବା ଆପ୍ସ କୁ ଦେଖି ବ୍ୟବହାର କରୁଥିବା ବ୍ୟକ୍ତି ଙ୍କର ବୟସ, ସ୍ଥାନ, କେଉଁ ଥିରେ ରୁଚି ଏବଂ ଯଦି କୌଣସି ରୋଗ ବୈରାଗ ହୋଇଥାଏ କିମ୍ବା ଯଦି ଜଣେ ଗର୍ଭାବସ୍ଥା ରେ ଅଛି ସବୁ ତଥ୍ୟ ମିଳି ପାରିବ |

ସବୁବେଳେ ପାସୱର୍ଡ ଅଥବା ବାଇଓମେଟ୍ରିକ୍ସ ଦ୍ୱାରା ଫୋନ ଖୋଲନ୍ତୁ | ସିମ କାର୍ଡ ରେ ଲକ ସକ୍ରିୟଣ କରନ୍ତୁ | ଆପଣ ନିଜର ଫୋନ ଲକ କଲେ ସୁଦ୍ଧା ଫୋନ ହଜିଲେ ସିମ କାର୍ଡ କୁ ଅତି ସହଜ ରେ ପ୍ରବେଶ କରିପାରିବ |

  • କ୍ରାନ୍ତିକ ଶୁଚି ର ଅନାବରଣ

ତଥ୍ୟ ର ସୁରକ୍ଷା ଅଥବା ତଥ୍ୟ ଲିକ୍ ନିବାରଣ ହବା କ୍ଷମତା ମୋବାଇଲ ଫୋନ ରେ ନାହିଁ | ଏହା ଏକ ବ୍ୟକ୍ତି ଙ୍କର ପରିଚୟ ପାଇଁ ଏକ ବିପଦ | ଆପଣକର ନିଜର ବ୍ୟାଙ୍କ ର ସବୁ ସୂଚୀ ମଧ୍ୟ ବିପଦ ର ଆଶଙ୍କା ଭିତରେ | ତେଣୁ ବ୍ୟାଙ୍କ ର ଏବଂ କ୍ରେଡିଟ କାର୍ଡ ର କୌଣସି ଦରକାରୀ ସୂଚୀ ମୋବାଇଲ ଫୋନ ରେ ରଖନ୍ତୁ ନାହିଁ | ଦରକାର ସରିଗଲେ ସବୁ ଆପ୍ସ ରୁ ଲଗ ଆଉଟ କରନ୍ତୁ |

2.ମୋବାଇଲ ସଂଯୋଜିତ ସୁରକ୍ଷା ବିପଦ

ବ୍ଲୁତୁତ , ୱାଇ-ଫାଇ, ୟୁ ଏସ ବି ଦ୍ୱାରା ମୋବାଇଲ ଫୋନ କୁ ଅନ୍ୟ ଫୋନ କୁ ବା ନେଟୱର୍କ କୁ ସଂଯୋଜନା କଲେ ବହୁତ ବିପଦ ଅଛି |

ଖୋଲା ୱାଇ -ଫାଇ

ବହୁତ ସମୟରେ ଖୋଲା ୱାଇ -ଫାଇ ନେଟୱର୍କ ରେ ଆମର ମୋବାଇଲ ଫୋନ ସଂଯୋଜିତ ହୋଇଥିଲେ ତାହା ବିପଦ ସୃଷ୍ଟି କରେ | ଆପଣଙ୍କର ମୋବାଇଲ ଫୋନ ବା ଲାପଟପ ର ବ୍ଲୁତୁତ କୁ ଅଦୃଶ୍ୟ ଭାବରେ ରଖନ୍ତୁ ତାହେଲେ ଅଜଣା ବ୍ୟକ୍ତି ମାନେ ପ୍ରବେଶ କରିପାରିବେନି | ଅଜଣା ବ୍ୟକ୍ତି ଯଦି ଆପଣଙ୍କର ମୋବାଇଲ ଫୋନ ବା ଲାପଟପ ର ବ୍ଲୁତୁତ ଦ୍ୱାରା ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ତେବେ ଆପଣ ବ୍ୟାପ୍ତିକ୍ଷେତ୍ର ବାହାରକୁ ପାଲ୍ନ୍ତୁ ତାହେଲେ ତାହା ଆଉ ଲାଗିବନି |ଖୋଲା ୱାଇ -ଫାଇ ନେଟୱର୍କ ରେ ସଂଯୋଜିତ ଥିଲା ବେଳେ ଆପଣ ମାନେ ନିଜର ଆର୍ଥିକ , ରୋଗ ବା ବ୍ୟବସାୟ ବିଷୟ ରେ କିଛି କାମ କରନ୍ତୁ ନାହିଁ | ଯଦି କରିବା ଆବଶ୍ୟକ ତେବେ ଭି ପି ନ ଅଥବା ସୁରକ୍ଷିତ ନେଟୱର୍କ ରେ କରନ୍ତୁ |
ଖୋଲା ୱାଇ -ଫାଇ ନେଟୱର୍କ ରେ ସଂଯୋଜିତ ଥିଲା ବେଳେ ଆପଣ ମାନେ କୌଣସି ପାସୱର୍ଡ ବା ସମ୍ବେଦନଶୀଳ ତଥ୍ୟ ବ୍ୟବହାର କରନ୍ତୁ ନାହିଁ |

ପ୍ରତାରକ ଈମେଲ

ଈମେଲ ଉପଭୋକ୍ତା ମାନେ ବିଶ୍ଵସ୍ତ ସୂତ୍ର ଯେମିତିକି ବ୍ୟାଙ୍କ ବା ଦୋକାନୀ ମାନଙ୍କ ଠାରୁ ଆସିଥିବା ଈମେଲ ଭାବି ଚୋରା ଙ୍କର ଶିକାର ହୁଅନ୍ତି | ଏହି ସବୁ ଏମିତି ଭାବରେ ଲେଖା ହୋଇଥାଏ ଯେ ଉପଭୋକ୍ତା ମାନେ ଜରୁରୀ ଭାବି ତାହାର ଶିକାର ହୁଅନ୍ତି | ସେମାନେ ଲିଙ୍କ ଗୁଡିକ କ୍ଲିକ କରି ତଥ୍ୟ ସହଭାଗ କରନ୍ତି | ସେମାନେ ସଂଲଗ୍ନିତ ଦସ୍ତାବେଜ ଗୁଡିକ ଡାଉନ୍‌ଲୋଡ୍ କରନ୍ତି ଯାହାଦ୍ୱାରା ତାଙ୍କର ଈମେଲ ସବୁ ମାଲ୍ଓ୍ୱାର୍ ସଂକ୍ରମିତ ହୋଇଥାଏ |
ସବୁବେଳେ ଈମେଲ ଠିକଣା ଏବଂ ପଠେଇଥିବା ବ୍ୟକ୍ତି ଙ୍କର ନାମ ମିଳାନ୍ତୁ , ତାଙ୍କର ୱେବସାଇଟ ଦେଖନ୍ତୁ ଏବଂ ସବୁ ଡାଉନ୍‌ଲୋଡ୍ ଆଣ୍ଟି ଭାଇରସ ଦ୍ୱାରା କରନ୍ତୁ |

ପ୍ରତାରକ ବାର୍ତ୍ତା

ସେହି ପ୍ରତାରକ ନିୟମ ମଧ୍ୟ ପାଠ୍ୟ ବାର୍ତ୍ତା ରେ ପ୍ରୟୋଗ କରାଯାଏ | ଯଦି ଆପଣଙ୍କୁ କୌଣସି ପ୍ରକାର ର ସନ୍ଦେହ ହେଲା ତେବେ ପ୍ରେରକ ଙ୍କୁ ଫୋନ ଦ୍ୱାର ସମ୍ପର୍କ କରି ସୁନିଶ୍ଚିତ କରନ୍ତୁ| ଯଦି ଆପଣକୁ ବ୍ୟାଙ୍କ ସହିତ ସମ୍ପର୍କ କରିବା ଦରକାର ତେବେ ତାଙ୍କୁ ସାଧାରଣତଃ ବ୍ୟବହାର ହେଉଥିବା ପ୍ରଣାଳୀ ରେ ସମ୍ପର୍କ କରନ୍ତୁ | ବାର୍ତ୍ତା ଦ୍ୱାରା ପଠାଯାଇଥିବା ଲିଙ୍କ ସାହାଯ୍ୟରେ ନୁହଁ |

ଦୁର୍ବଳ ବୈଧିକରଣ

ଚୋରା ମାନେ ଦୁର୍ବଳ ବୈଧିକରଣ ଥିବା ମୋବାଇଲ ଦେୟ ପଦ୍ଧତି କୁ ଭଲ ପାନ୍ତି| ଯେ କୌଣସି ଦେୟ ପଦ୍ଧତ୍ତି ଆପଣ ମାନେ ବ୍ୟବହାର କରୁଛନ୍ତି. ଇ -କମର୍ସ ବ୍ରାଉଜର ଆପ୍ସ ଏବଂ ଭିର୍ଚୁଆଲ୍ ୱାଲେଟ ସମସ୍ତଙ୍କର ବହୁ କାରକ ପ୍ରାମାଣିକତା ପଦ୍ଧତି ଏବଂ ବହୁ ସ୍ତର ତଥ୍ୟ ଏନକ୍ରିପ୍ସନ୍ ରହିବ ଜରୁରୀ |

ଉଦାହରଣ ସ୍ୱରୂପ ଏକ ସୁରକ୍ଷିତ ପ୍ରଣାଳୀ ଉପଭୋକ୍ତା ର ପରିଚୟ , ପାସୱର୍ଡ ଏବଂ ସୁରକ୍ଷିତ ପ୍ରତିଛବି ଅଥବା ଗୋଟେ ଥର ବ୍ୟବହାର ହେଉଥିବା ପିନ ଦରକାର ହୁଏ | ସବୁଠାରୁ ଭଲ ଦେୟ ପଦ୍ଧତ୍ତି ହେଲା ଯିଏ କ୍ରେଡିଟ କାର୍ଡ ର ତଥ୍ୟ ସବୁ କୁ ଏକ ଟୋକେନ ବନେଇଦିଏ ଯାହା କେଉଁଠି ବି ପଢିପାରିବେ ନାହିଁ |

3.ମୋବାଇଲ ପ୍ରୟୋଗ ଏବଂ ଅପେରଟିଙ୍ଗ ସିଷ୍ଟମର ସୁରକ୍ଷା ବିପଦ

ମୋବାଇଲ ପ୍ରୟୋଗ ଏବଂ ଅପେରଟିଙ୍ଗ ସିଷ୍ଟମର ସୁରକ୍ଷା ପାଇଁ ବିପଦ ସଂକେତ ସବୁ ବଢ଼ିବାରେ ଲାଗିଛି | ଆମେ ସବୁ ଅଜାଣତ ରେ ଆପ୍ଲିକେସନ୍ ସବୁ ଡାଉନ୍‌ଲୋଡ୍ କରିଥାଉ | ଆମେ ସେତେବେଳେ ସେଗୁଡିକର ଗୋପନୀୟତା ବ୍ୟବସ୍ଥାପନ ଗୁଡିକ ଦେଖିନଥାଉ | ବହୁତ ଆପ୍ଲିକେସନ୍ ଅଛି ଯାହା କି ଆପଣଙ୍କର ତଥ୍ୟ ସବୁ ମାଲ୍ଓ୍ୱାର୍ ଆପ୍ଲିକେସନ୍ ଦ୍ୱାରା ଚୋରି କରିଥାଏ |

ତେଣୁ ଆପଣ ମାନେ କୌଣସି ଅଵୈଧ୍ୟ ଉତ୍ସ ରୁ ତଥ୍ୟ ମୋବାଇଲ ବା ଲାପଟପ କୁ ଡାଉନ୍‌ଲୋଡ୍ କରନ୍ତୁ ନାହିଁ | ଆପ୍ସ ମାନଙ୍କୁ ଅନୁମତି ଦେବା ପୂର୍ବରୁ ଥରେ ଭାବନ୍ତୁ | ଆପଣଙ୍କର ଯନ୍ତ୍ର ଟି କଣ ଫ୍ଲସଲାଇଟ ବ୍ୟବହାର ପୂର୍ବରୁ ଆପଣଙ୍କର ଅବସ୍ଥାନ ବିଷୟରେ ଜାଣିବା ଦରକାର ? ଆପ୍ସ ବ୍ୟବହାର ନକରିବା ସମୟ ରେ ମୁଖ୍ୟ ଅନୁମତି ଗୁଡିକୁ ନିଷ୍କ୍ରିୟ କରିଦିଅନ୍ତୁ |

ମୋବାଇଲ ଫୋନ ଉପରେ ଆକ୍ରମଣ ର ପ୍ରତିଘାତ :

  1. ଉପଭୋକ୍ତା ର ବ୍ୟକ୍ତିଗତ ସୂଚନା ବା ତଥ୍ୟ ସବୁ ମୋବାଇଲ ଫୋନ ଦ୍ୱାରା ବାହାରକୁ ଅନାବୃତ ହୋଇଥାଏ
  2.  ଆପଣଙ୍କର ଆର୍ଥିକ କ୍ଷତି ମଧ୍ୟ ଦାମିକା ଏସ ଏମ ଏସ ଏବଂ କଲ ଦ୍ୱାରା ହୁଏ |
  3.  ଉପଭୋକ୍ତା ଙ୍କର ବିନା ଅନୁମତି ରେ ମୋବାଇଲ ଫୋନ ର ସ୍ଥାନ ଏବଂ ନିଜସ୍ୱ ସ ଏମ ଏସ ଏବଂ କଲ ଗୁଡ଼ିତ ଅନୁପଥ କରିଥାନ୍ତି |
  4.  ମୋବାଇଲ ଫୋନ ଉପରେ ନିଜର ଆୟତ୍ତ ହରାଇଲେ ଆପଣ ମାନେ ତାଙ୍କର ଶିକାର ହେବେ |
Page Rating (Votes : 4)
Your rating: