ୱାଇ-ଫାଇ ଏବେ ଆମ ସମସ୍ତଙ୍କର ଜୀବନର ଏକ ଅଖଣ୍ଡ ଅଙ୍ଗ | ଇଣ୍ଟେର୍ନେଟ ବ୍ୟବହାର କରୁଥୁବା ମହିଳା ମାନେ , ୱାଇ-ଫାଇ ଉପରେ ତାଙ୍କର ଦୈନଦିନ ର ଘର କାମ ଅଥବା ବ୍ଯବସାଯ଼ିକ ଅନୁପ୍ରଯ଼ୋଗ ରେ ବ୍ୟବହାର କରୁଛନ୍ତି | ଯେମିତି ବ୍ୟାଙ୍କ କାମ, କିଣା ବିକା ଅଥବା ସମସ୍ତଙ୍କ ସାଙ୍ଗରେ ସମ୍ପର୍କ ରେ ରହିବ ପାଇଁ | ୱାଇ-ଫାଇ ସଂଯୋଗ କୁ ସୁରକ୍ଷିତ କଲେ ବ୍ୟକ୍ତିଗତ ତଥ୍ୟ ସୁରକ୍ଷିତ କରିହେବ | କିଛି ବେତାର ଯନ୍ତ୍ର ପୂର୍ବ ନିର୍ଦ୍ଧାରିତ ପ୍ରଣାଳୀ ଯୋଗୁ ଏହି ସବୁ ସୁରକ୍ଷା ଯୋଗାଇବାକୁ ଅସମର୍ଥ | ଯେହେତୁ ମହିଳା ମାନେ ଏହିସବୁ ବିଷୟରେ ଅବଗତ ନଥାନ୍ତି ତେଣୁ ତାଙ୍କୁ ଠକିବା ସହଜ ହୋଇଥାଏ | ତେଣୁ ସାଇବର ଚୋର ମାନେ ଏହିସବୁ ଅସୁରକ୍ଷିତ ଯନ୍ତ୍ର କୁ ତାଙ୍କର ଶିକାର ବନେଇଥାନ୍ତି |

ଯେଉଁମାନେ କମ୍ପୁଟର, ଲାପଟପ କିମ୍ବା ମୋବାଇଲ୍ ଫୋନ୍ କୁ ୱାଇ-ଫାଇ ଦ୍ୱାରା ସଂଯୋଗ କରୁଛନ୍ତି ସେମାନେ ଅସୁରକ୍ଷିତ ପ୍ରବେଶ ବିନ୍ଦୁ ଗୁଡିକ କୁ ସଂଯୋଗ କରୁଛନ୍ତି | କିନ୍ତୁ ପ୍ରବେଶ ବିନ୍ଦୁ ଗୁଡିକ ନିର୍ଦ୍ଧାରିତ ପ୍ରଣାଳୀ ଅନୁସାରେ ଅଥବା ଅସୁରକ୍ଷିତ ହୋଇଥୁବା ସମସ୍ତେ ସଂଯୋଗ କରିପାରିବେ | ଏହିପରି ସଂଯୋଗ ଠାରେ ବନିଲେ ଆକ୍ରମଣକାରି ସମସ୍ତ ଗୁପ୍ତ ତଥ୍ୟ ପାଇପାରିବ | ସିଏ ଈମେଲ କରିପାରିବ ଅଥବା ଅନ୍ୟ କମ୍ପୁଟର ନେଟୱର୍କ ରେ ପଶି ଟ୍ରୋଜାନ୍ ବା ବଟନେଟ ପଠେଇକି ଜଣେ ବ୍ୟକ୍ତିଙ୍କର କମ୍ପୁଟର ଉପରେ ଦୀର୍ଘ ସମୟ ଧରି ନିୟନ୍ତ୍ରଣ କରନ୍ତି |

ମାଗଣା ୱାଇ -ଫାଇ ସିୟାଵର ଆକ୍ରମଣ ପାଇଁ ସବୁଠାରୁ ବେଶୀ ଭେଦ୍ୟ ହୋଇଥାଏ |

ବହୁତ ମହିଳା ମାନେ ସର୍ବସାଧାରଣ ଜାଗା ରେ ମାଗଣା ୱାଇ -ଫାଇ ପାଇଲେ ସେମାନେ ସାମାଜିକ ମିଡ଼ିଆ ବା ଚାଟିଙ୍ଗ ଆପ୍ଲିକେସନ୍ ବ୍ୟବହାର କରନ୍ତି | ସର୍ବସାଧାରଣ ଜାଗା ରେ ଯେମିତିକି ଏୟାର୍ ପୋର୍ଟ ଅଥବା ରେଳ ଷ୍ଟେସନ ରେ ମାଗଣା ୱାଇ -ଫାଇ ସିୟାଵର ଆକ୍ରମଣ ପାଇଁ ସବୁଠାରୁ ବେଶୀ ଭେଦ୍ୟ ହୋଇଥାଏ | ଏହିସବୁ ଦ୍ୱାରା ଲୋକମାନଙ୍କର ଗୁପ୍ତ ତଥ୍ୟ ଯେମିତି କି କ୍ରେଡିଟ କାର୍ଡ ସଂଖ୍ୟା , ପାସୱର୍ଡ , ଚାଟ ମେସେଜ ଏବଂ ଈମେଲ ସିୟାଵର ଆକ୍ରମଣକାରି ଙ୍କର ହସ୍ତଗତ ହୋଇଥାଏ | ତେଣୁ ସର୍ବସାଧାରଣ ଜାଗା ରେ ୱାଇ -ଫାଇ ବ୍ୟବହାର କରିବା ଉଚିତ ନୁହଁ | ଯେତେବେଳେ ସର୍ବସାଧାରଣ ଜାଗା ରେ ୱାଇ -ଫାଇ ବ୍ୟବହାର କରୁଛନ୍ତି କିଛି ସାବଧାନତା ରକ୍ଷା କରିବା ଉଚିତ |

  • ସର୍ବସାଧାରଣ ଜାଗା ରେ ୱାଇ -ଫାଇ ଆପେ ସଂଯୋଗ କରନ୍ତୁ ନାହିଁ |
  •  କେବଳ ସୁରକ୍ଷିତ ୱାଇ -ଫାଇ ବ୍ୟବହାର କରନ୍ତୁ |
  •  ତଥ୍ୟ କାହାରି ସହିତ ସହଭାଗ କରନ୍ତୁ ନାହିଁ |
  •  ବ୍ୟବହାର ନ କରୁଥିଲା ବେଳେ ୱାଇ -ଫାଇ ବନ୍ଦ ରଖନ୍ତୁ |
  •  ସମ୍ବେଦନଶୀଳ ପାସୱର୍ଡ ବ୍ୟବହାର କରନ୍ତୁ ନାହିଁ|

ବ୍ୟକ୍ତିଙ୍କୁ ଟ୍ରାକିଂ କରିବା

ମୋବାଇଲ୍ ଫୋନ ରେ ଯେମିତି ଅନନ୍ୟ ପରିଚାୟକ ବ୍ୟବହାର ହୁଏ ସେମିତି ୱାଇ=ଫାଇ ଯନ୍ତ୍ର ରେ ମଧ୍ୟ ଟ୍ରାକିଂ କରିବା ପାଇଁ ବ୍ୟବହାର କରାଯାଏ | ୱାଇ=ଫାଇ ହଟ୍ ସ୍ପଟ ଦ୍ୱାରା ଟ୍ରାକିଂ କରି ସାଇବର ଚୋରି ଯେମିତିକି ଷ୍ଟକିଙ୍ଗ କରାଯାଇଥାଏ | ବହୁତ ୱେବ୍‌ସାଇଟ୍ ନିଜର ସେବା ବ୍ୟବହାର କରିବା ପାଇଁ ଆପଣଙ୍କର ବ୍ୟକ୍ତିଗତ ସୂଚନା ଯେମିତି ନାଁ , ବୟସ , ଜ଼ିପ କୋଡ଼ ଇତ୍ୟାଦି ପଞ୍ଜୀକରଣ କରନ୍ତି |

ଅଧିକାରୀଙ୍କ ଦ୍ୱାରା :

ଅଧିକାରୀ ମାନେ ବ୍ୟକ୍ତି ବିଶେଷ ମାନଙ୍କର ଵ୍ରଉସିଂ ର ବିସ୍ତୃତ ବିବରଣୀ ଏବଂ ସ୍ବଭାବ ଗୁଡିକ ଜାତୀୟ ସୁରକ୍ଷା ବାହାନାରେ ବ୍ୟକ୍ତି ମାନଂକର ଅନୁମତି ବିନା ନିରୀକ୍ଷଣ କରନ୍ତି |

ହାକରଙ୍କ ଦ୍ୱାରା :

ବ୍ୟକ୍ତି ବିଶେଷ ମାନଙ୍କର ବ୍ୟାଙ୍କ ଆକାଉଣ୍ଟ୍ ର ସୂଚନା ଚୋରି କରିଥାନ୍ତି | ସେମାନେ ଗୁପ୍ତ ତଥ୍ୟ ଏବଂ କର୍ପୋରେଟ ଅର୍ଥ ର ତଥ୍ୟ ମଧ୍ୟ ଅପବ୍ୟବହାର କରନ୍ତି |

ଆମ ମାନଙ୍କୁ ରାଉତର ସଂଯୋଗ କରିବା ପୂର୍ବରୁ କେତେ ଗୁଡିଏ ସାବଧାନତା ରକ୍ଷା କରିବା ଉଚିତ|

  • ପୂର୍ବ ନିର୍ଦ୍ଧାରିତ ଉପଭୋକ୍ତା ନାମ ଏବଂ ପାସୱର୍ଡ ବଦଳାଇ ଦିଅନ୍ତୁ |ୱାଇ -ଫାଇ ଘର ନେଟୱର୍କ ଏବଂ ବ୍ରଡ଼ବ୍ୟାଣ୍ଡ ରାଉତର ଉପଭୋକ୍ତା ନାମ ଏବଂ ପାସୱର୍ଡ ଦ୍ୱାରା ସୁରକ୍ଷିତ କରାଯାଇ ଥାଏ | ତେଣୁ ଅଧିକୃତ ବ୍ୟକ୍ତି ମାନେ କେବଳ ପ୍ରଶାସନିକ ପରିବର୍ତନ କରିପାରିବେ |
  • ପୂର୍ବ ନିର୍ଦ୍ଧାରିତ ଏସ ଏସ ଆଇ ଡି ବଦଳାଇ ଦିଅନ୍ତୁ ଏବଂ ନେଟୱର୍କ ନାମ ଦେଖନ୍ତୁନି |ରାଉତର ସଂଯୋଗ କରିବା ପାଇଁ ସମସ୍ତେ ସେବା ସେଟ୍ ପରିଚାଯକ ବ୍ୟବହାର କରନ୍ତି | ତେଣୁ ଖାଲି ଏସ ଏସ ଆଇ ଡି ଜାଣିଥିଲେ ନେଟୱର୍କ କୁ ଆକ୍ରମଣ କରିପାରିବ ନାହିଁ |
  • ବ୍ୟବହାର ନ କରୁଥିଲା ବେଳେ ୱାଇ -ଫାଇ ବନ୍ଦ ରଖନ୍ତୁ |ଯଦି ଆପଣ ମାନେ ଘର ନେଟୱର୍କ କିଛି ଦିନ ପାଇଁ ବ୍ୟବହାର କରିବେ ନାହିଁ ତେବେ ପ୍ରବେଶ ପାଇଁଟ ଗୁଡିକ ବନ୍ଦ ରଖନ୍ତୁ |
  • ୱାଇ -ଫାଇ ଘର ନେଟୱର୍କ ରେ ଡାଇନାମିକ୍ ଆଇ ପି ଠିକଣା ବଦଳରେ ସ୍ଥିର ଆଇ ପି ଠିକଣା ବ୍ୟବହାର କରନ୍ତୁ |ଅଧିକାଂଶ ଘର ନେଟୱର୍କ ପ୍ରଶାସନିକ ମାନେ ଡାଇନାମିକ୍ ହୋଷ୍ଟ ସଂଯୋଗ ପ୍ରଟୋକଲ (ଡି ଏଚ ସି ପି ) ଆଇ ପି ଠିକଣା ଦେବା ପାଇଁ ବ୍ୟବହାର କରନ୍ତି | (ଡି ଏଚ ସି ପି ) ରାଉତର ଅଥବା ପ୍ରବେଶ ପାଇଁଟ ଗୁଡିକ ବନ୍ଦ ରଖନ୍ତୁ | ନିଜର ବ୍ୟକ୍ତିଗତ ଆଇ ପି ଠିକଣା ପରିସର ତିଆରି କରନ୍ତୁ ଏବଂ ପ୍ରତ୍ୟକ ଯନ୍ତ୍ର କୁ ଏହି ଭିତରେ ସଂଯୁକ୍ତ କରନ୍ତୁ |
  • ସବୁବେଳେ ଦୃଢ ପାସୱାର୍ଡ୍ ବ୍ୟବହାର କରନ୍ତୁ |ବ୍ୟକ୍ତିଗତ ତଥ୍ୟ ପାସୱାର୍ଡ୍ ରେ ବ୍ୟବହାର କରନ୍ତୁ ନାହିଁ | ସହଜରେ ମାନେ ରଖିପାରୁଥିବା ବାକ୍ୟାଂଶ ବ୍ୟବହହର କରନ୍ତୁ |
  • ୱାଇ -ଫାଇ ଯନ୍ତ୍ର ରେ ମାକ ଠିକଣା ଫିଲ୍ଟରିଂ ଉପଯୋଗ କରନ୍ତୁ |ରାଉତର ଅଥବା ପ୍ରବେଶ ପାଇଁଟ ଗୁଡିକ ସବୁ ସଂଯୋଗ ହୋଇଥିବା ଯନ୍ତ୍ର ଗୁଡିକ ମାକ ଠିକଣା ର ଟ୍ରାକ ରଖି ଥାନ୍ତି |
  • ଅଧିକ ନିରାପତା ପାଇଁ ଫାୟାର ୱାଲ୍ ଏବଂ ଆଣ୍ଟି ଭାଇରସ ବ୍ୟବହାର କରନ୍ତୁ |ତାରଯୁକ୍ତ ନେଟୱର୍କ ଏବଂ ବେତାର ନେଟୱର୍କ କୁ ଫାୟାର ୱାଲ୍ ଏବଂ ଆଣ୍ଟି ଭାଇରସ ଦ୍ୱାରା ଅଲଗା କରନ୍ତୁ |
  • ଉପକରଣ ରେ ଦିଆଯାଇଥିବା ପୂର୍ବ ନିର୍ଦ୍ଧାରିତ ସୁରକ୍ଷା ବିଧି ବ୍ୟବହାର କରନ୍ତୁ |ସବୁ ୱାଇ -ଫାଇ ଉପକରଣ ଗୁଡିକ କିଛି ଏନକ୍ରିପ୍ସନ୍ ସମର୍ଥନ କରନ୍ତି | ତେଣୁ ସେହି ସବୁ ବ୍ୟବହାର କରନ୍ତୁ |
  • ବେତାର ନେଟୱର୍କ ରେ ସମ୍ବେଦନଶୀଳ ତଥ୍ୟ ଗୁଡିକ ପାଇଁ ଏନକ୍ରିପ୍ସନ୍ ଟେକନୋଲଜି ବ୍ୟବହାର କରନ୍ତୁ | ସବୁବେଳେ ପ୍ରବେଶ ପାଇଁଟ ଦ୍ୱାରା ସମର୍ଥନ ପାଉଥିବା ସର୍ବାଧିକ କି ଆକାର ଏନକ୍ରିପ୍ସନ୍ ପାଇଁ ବ୍ୟବହାର କରନ୍ତୁ
  •  ଫାଇଲ ସହଭାଗ ଏବଂ ଏର ଡ୍ରପ୍ ବିକଳ୍ପ ଗୁଡିକ ଅନ ରଖନ୍ତୁ |

ଇଣ୍ଟରନେଟ ସୁରକ୍ଷା ବିଷୟ ଏବଂ ସର୍ବସାଧାରଣ ୱାଇ -ଫାଇ ବିପଦ ଆଶଙ୍କା ବଢୁଛି | ଅଳପ କିଛି ପୂର୍ବବିଧାନ ବ୍ୟବହାର ଦ୍ୱାରା ତଥ୍ୟ ସବୁ ସୁରକ୍ଷିତ ରଖ ଯାଇପାରିବ

Page Rating (Votes : 0)
Your rating: